ସଂଚାର ବ୍ୟୁରୋ: ଛାତରୁ ଡେଇଁ ଜୀବନ ହାରିଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା ଅନୀଲ ଅରୋରା । ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ତୃତୀୟ ମହଲାରୁ ଡେଇଁ ଜୀବନ ହାରିଥିବା ଜଣାପଡିଛି । ଘଟଣା ସକାଳ ୯ରେ ଘଟିଥିବା କୁହାଯାଉଛି । ଖବର ଶୁଣିବା ପରେ ମଲାଇକା ପୁଣେରୁ ମୁମ୍ବାଇ ପାଇଁ ବାହାରିଛନ୍ତି । ଏବେ ହସପିଟାଲରେ ମୃତଦେହକୁ ରଖାଯାଇଛି । ମଲାଇକାଙ୍କ ଏଭଳି ଦୁଃଖ ସମୟରେ ଅରବାଜ ଖାନ ତାଙ୍କ ଘରେ ପହଞ୍ଚିଛନ୍ତି । ମଲାଇକାଙ୍କ ଘରେ ବାହାରେ ଅରବାଜ ଏବଂ ପୋଲିସ ସହିତ ଅନ୍ୟ ଲୋକ ଉପସ୍ଥିତ ରହିଛନ୍ତି ।