ସଂଚାର ବ୍ୟୁରୋ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ। ଡିଏନଏ ଟେଷ୍ଟ ପରେ ସେ ପ୍ରାଣ ହରାଇଥିବା ଜଣାଯାଇଛି। ଗତ ଜୁନ ୧୨ ବିମାନ ଦୁର୍ଘଟଣା ପରଠାରୁ ସେ ନିଖୋଜ ଥିଲେ। ପରିବାରର ଡିଏନଏ ସଂଗ୍ରହ କରାଯିବା ସହ ଟେଷ୍ଟ କରିବା ପରେ ମହେଶଙ୍କ ନିଧନ ହୋଇଥିବା ସୂଚନା ମିଳିଛି। ତାଙ୍କର ମୋବାଇଲ ଲୋକେସନ ବିମାନ ଦୁର୍ଘଟଣାସ୍ଥଳ ବୋଲି ଚିହ୍ନଟ ହେବା ପରେ ଛାନବିନ ଚାଲିଥିଲା। ପ୍ରଥମେ ମହେଶଙ୍କ ମୃତ୍ୟୁ ନେଇ ପରିବାର ଅଗ୍ରାହ୍ୟ କରିଥିଲେ। ମାତ୍ର ଡିଏନଏ ମେଳ ଖାଇବା ପରେ ସେମାନେ ମରଶରୀରକୁ ପାଇଥିଲେ। ଏଙା ସହ ଦୁର୍ଘଟଣାସ୍ଥଳରେ ତାଙ୍କର ଦଗ୍ଧୀଭୂତ ବାଇକର ସନ୍ଧାନ ମିଳିଥିଲା। ଏହାର ଚେସିସ ଓ ଇଞ୍ଜିନ ନମ୍ବର ମିଳିବା ପରେ ତାହା ମହେଶଙ୍କର ବୋଲି ଜଣାଯାଇଥିଲା। ଏହି ଦୁର୍ଘଟଣାରେ ମୋଟ ୨୭୦ ଲୋକଙ୍କ ପ୍ରାଣହାନି ଘଟିଥିଲା।