ସଂଚାର ବ୍ୟୁରୋ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାଜ୍ଯ ପରିବହନ ବିଭାଗ ବସ ଓଲଟି ୧୦ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ବସଟି ନାଗପୁରରୁ ଗୋନ୍ଦିଆ ଯାଉଥିବାବେଳେ ଅଘଟଣ ଘଟିଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଓଲଟିପଡିଥିଲା ବସ। କ୍ରେନ ଜରିଆରେ ଉଦ୍ଧାର କାର୍ଯ୍ୟ ହୋଇଛି। ଆହତଙ୍କୁ ଗୋନ୍ଦିଆ ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃନ୍ଦାବନ ତୋଳା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାକୁ ନେଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଶୋକବ୍ଯକ୍ତ କରିଛନ୍ତି।