ପୁରୀ : ଆସନ୍ତାକାଲି ପ୍ରଥମାଷ୍ଟମୀ ଅର୍ଥାତ ପୋଢୁଆଁ ଥିବାରୁ ଆଜି ଶ୍ରୀମନ୍ଦିରକୁ ବଡ଼ ଠାକୁରଙ୍କ ପାଇଁ ମାମୁଁ ଘର ନିଆଳି ମାଧବାନନ୍ଦ ମନ୍ଦିରରୁ ଭାର ଯିବ । ଶ୍ରୀମନ୍ଦିରର ରତ୍ନ ସିଂହାସନ ଉପରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ,ଶ୍ରୀ ସୁଦର୍ଶନ ,ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପୋଢୁଆଁ ଭାର ଯିବ । ପୋଢୁଆଁ ଭାରରେ ନୂତନ ସାମଗ୍ରୀ ସହ ନୂଆ ପାଟବସ୍ତ୍ର ଯିବ । ପୋଢୁଆଁ ପାଇଁ ଅରୁଆ ଚାଉଳ,ବିରି,ନଡ଼ିଆ,ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ, ଅଳେଇଚ , ଲବଙ୍ଗ ସହିତ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ମଧ୍ୟ ଭାରରେ ଯାଇଥାଏ ।
ଆଜି ସକାଳୁ ମାଧବାନନ୍ଦଜୀଉ ମନ୍ଦିରରୁ ସେବକମାନେ ଘଣ୍ଟ , ଘଣ୍ଟା ,ସଂକୀର୍ତ୍ତନ କରି ପୋଢୁଆଁ ଭାର ନେଇ ଶ୍ରୀମନ୍ଦିରର ଅଭିମୁଖେ ଯିବେ । ସେବକମାନେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଆସନ୍ତାକାଲି ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପାଳିତ ହେବ ।

