କଟକ: କଡ଼ ଲେଉଟାଇଲା ମାହାଙ୍ଗା ଡବଲ ମର୍ଡର ମାମଲା। ଏହାଫଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ। ପ୍ରତାପ ଜେନାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଅଗ୍ରୱାଲ ଏବଂ ରଞ୍ଜିତ ବରାଳଙ୍କ ପକ୍ଷରୁ ଅମନ ଲେଖି ଏହି ମାମଲା ଲଢ଼ୁଛନ୍ତି। ସାକ୍ଷୀମାନଙ୍କର ହେବ ପୁନର୍ବାର ବୟାନ ରେକର୍ଡ। ରାଜ୍ୟ ଆଇନ ବିଭାଗକୁ ଏନେଇ ୪ ସପ୍ତାହ ମଧ୍ୟରେ ଅବଗତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାଯାଇଛି।