ସଂଚାର ବ୍ୟୁରୋ: କମୁଛି ବିଜେଡି, କ୍ରେଜ୍ ଦଳ ଛାଡ଼ୁଛନ୍ତି କର୍ମୀ । ନେତାଙ୍କ ଉପରେ ଆଉ ଭରସା କରିପାରୁନାହାନ୍ତି ଜନତା । ବିଜେଡିର ଗଡ଼ଭାବେ ବେଶ ପରିଚିତ ମାହାଙ୍ଗାରେ ଦଳର ଶୋଚନୀୟ ପରାଜୟ ହେଲା । ଏବେ ପଞ୍ଚାୟତ ଏବଂ ବ୍ଲକସ୍ତରୀୟ ନେତା ଓ କର୍ମାମାନେ ବିଜେଡି ଛାଡ଼ୁଛନ୍ତି ଆଉ ବିରୋଧୀ ଶିବିରରେ ଯୋଗ ଦେଉଛନ୍ତି । ବିଜେଡିର ଗଣମାଧ୍ୟମ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗଡ଼ ମାହାଙ୍ଗା ଧିରେ ଧିରେ ବିଜେଡି ଶୂନ୍ୟ ହେବାକୁ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ସାରଦା ପ୍ରଧାନଙ୍କ ସହ ଶହ ଶହ କର୍ମାମାନେ ଯୋଗ ଦେଇଛନ୍ତି । ପ୍ରତାପଙ୍କ ଗଡ଼ରେ ଏବେ ସାରଦାଙ୍କ ରାଜୁତି ଆରମ୍ଭ ହୋଇଛି ।
ତେବେ ସାରଦାଙ୍କ ସହ ଯୋଗ ଦେଇଛନ୍ତି ଶତାଧିକ ନେତା ଓ କର୍ମୀ । କୁଳିଆ ସ୍ଥିତ କାର୍ଯ୍ୟାଳୟ ଠାରେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଫୋଗଳ ଗ୍ରାମ ପଞ୍ଚାୟତର ସରପଞ୍ଚ ବୈଷ୍ଣବ ଚରଣ ସାମଲ ଓ ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ନମିତା ରାୟ ଓ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ସାହୁ , କେରିଲୋ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଭ୍ରା ମହାନ୍ତି ଓ ସମିତିସଭ୍ୟା ସୌର ପ୍ରଭା ଜଗଦ୍ଦେବ, ନଗସପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ମଲ୍ଲିକ, କଟିକଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ମଲ୍ଲିକ, ସୁକରପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ମଲ୍ଲିକ, ଯମରା ଗ୍ରାମ ପଞ୍ଚାୟତର ସମିତିସଭ୍ୟା ମେନକା ବଳ, ଜୟରାମପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଲକ୍ଷ୍ମୀପ୍ରିୟା ଦାସଙ୍କ ସମେତ ତାଙ୍କ ସମର୍ଥକ ମାନେ ବିଜୁଜନତା ଦଳ ପରିତ୍ୟାଗ କରିଛନ୍ତି । ସାରଦାଙ୍କ ସହ ଏମାନେ ଯୋଗ ଦେଇଥିବାବେଳେ ସେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିବା କହିଛନ୍ତି ।