Wednesday, May 20, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ପ୍ଲେ-ଅଫ ରେସ ପାଇଁ ଲଢ଼ିବ ରାଜସ୍ଥାନ, ଆଗରେ lSG

Sanchar Live by Sanchar Live
May 19, 2026
in କ୍ରୀଡ଼ା
0
ପ୍ଲେ-ଅଫ ରେସ ପାଇଁ ଲଢ଼ିବ ରାଜସ୍ଥାନ, ଆଗରେ lSG
0
SHARES
9
VIEWS
FacebookTwitter

ଚଳିତ ଆଇପିଏଲ୍‌ର ୬୪ତମ ଲିଗ୍ ମୁକାବିଲାରେ ଆଜି ରାଜସ୍ଥାନ ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ଭେଟିବ । ଲକ୍ଷ୍ନୌ ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ି ସାରିଛି । ରାଜସ୍ଥାନର ଆଶା ଉଜ୍ଜୀବିତ ରହିଛି । ଆଉ ୨ଟି ମ୍ୟାଚରୁ ୪ ପଏଣ୍ଟ ହାତେଇ ଦଳ ବିନା ଦ୍ୱିଧାରେ ପ୍ଲେ-ଅଫ ସ୍ଥାନ ସୁରକ୍ଷିତ କରିପାରିବ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଗତ ୧୫ ତାରିଖରେ ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇକୁ ହରାଇବା ପରେ ଲକ୍ଷ୍ନୌର ମନୋବଳ ଢ଼େର ବୃଦ୍ଧି ପାଇଛି । ଆଗକୁ ପ୍ଲେ-ଅଫ୍ ଚାପ ମଧ୍ୟ ନାହିଁ । ରାଜସ୍ଥାନ ୧୨ ପଏଣ୍ଟ ହାସଲ କରିବା ପରେ କ୍ରମାନ୍ୱୟରେ ୩ଟି ମ୍ୟାଚ ପରାଜିତ ହୋଇଛି । ବାକି ରହିଥିବା ୨ଟି ଯାକ ମ୍ୟାଚ ଜିତିଲେ ଦଳ ପ୍ଲେ-ଅଫରେ ପ୍ରବେଶ କରିପାରିବ ।

ପୂର୍ବ ରେକର୍ଡ ମଧ୍ୟ ରାଜସ୍ଥାନ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ରାଜସ୍ଥାନ ୫ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ୨୨ ତାରିଖରେ ମଧ୍ୟ ଉଭୟ ଦଳ ମଧ୍ୟରେ ଚଳିତ ସିଜନର ପ୍ରଥମ ମୁକାବିଲା ହୋଇଥିଲା ଓ ରାଜସ୍ଥାନ ୪୦ ରନ୍ରେ ବିଜୟ ହାସଲ କରିଥିଲା ।

ଲକ୍ଷ୍ନୌକୁ ହରାଇବାକୁ ହେଲେ ରାଜସ୍ଥାନକୁ ବିଶାଳ ସ୍କୋର ସଂଗ୍ରହ କରିବାକୁ ପଡ଼ିବ । ସେହିପରି ପ୍ରଥମେ ବୋଲିଂ ମିଳିଲେ ଲକ୍ଷ୍ନୌର ଟପ ଅର୍ଡର ବ୍ୟାଟରଙ୍କୁ ସହଳ ପାଭିଲିୟନ ପଠାଇବାକୁ ହେବ । ଓପନର ମିଚେଲ ମାର୍ଶଙ୍କ ସମେତ ନିକୋଲାସ ପୂରନ ଓ ରିଷଭ ପନ୍ତ ଫର୍ମକୁ ଫେରିଛନ୍ତି । ତେଣୁ ଏମାନଙ୍କୁ ଅଟକାଇବା ରାଜସ୍ଥାନ ପାଇଁ ପ୍ରଥମ କାର୍ଯ୍ୟ ହେବ।

ଲକ୍ଷ୍ନୌ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ମହମ୍ମଦ ସାମି, ପ୍ରିନ୍ସ ଯାଦବ, ମହସିନ ଖାନ ପ୍ରମୁଖ ଶୃଙ୍ଖଳିତ ବୋଲିଂ କରୁଛନ୍ତି । ନବାଗତ ଆକାଶ ସିଂହ ମଧ୍ୟ ଗତ ମ୍ୟାଚରେ ୩ଟି ୱିକେଟ୍ ନେଇ ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । ରାଜସ୍ଥାନ ଆଜି ବୋଲିଂ ବିଭାଗରେ ରହିଥିବା ତ୍ରୁଟି ସୁଧାରି ଗ୍ରାଉଣ୍ଡକୁ ଓହ୍ଲାଇବ । ବିଶେଷ କରି ସ୍ପିନ ବୋଲିଂ ବିଭାଗ ଶୃଙ୍ଖଳିତ ପ୍ରଦର୍ଶନ କରିବା ଜରୁରି ।

ସୱାଇ ମାନସିଂ ଷ୍ଟାଡ଼ିୟମ୍‌ର  ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ କାକର ପଡ଼ୁଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ରାଜସ୍ଥାନ: ଯଶସ୍ୱୀ ଜୈସ୍ୱାଲ୍, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ (ଅଧିନାୟକ), ଡୋନୋଭାନ ଫେରେରା, ଶୁଭମ ଦୁବେ, ରବିନ୍ଦ୍ର ଜାଡେଜା, ଜୋଫ୍ରା ଆର୍ଚର, ରବି ବିଷ୍ଣୋଇ/ୟଶରାଜ ପୁଞ୍ଜା, ନାନ୍ଦ୍ରେ ବର୍ଗର, ବ୍ରିଜେଶ ଶର୍ମା, ତୁଷାର ଦେଶପାଣ୍ଡେ ।

ଲକ୍ଷ୍ନୌ: ମିଚେଲ ମାର୍ଶ, ଜୋସ ଇଂଲିଶ, ନିକୋଲାସ ପୂରନ, ଆଡେନ ମାରକ୍ରମ, ରିଷଭ ପନ୍ତ (ଅଧିନାୟକ), ମୁକୁଲ ଚୌଧୁରୀ, ଅବଦୁଲ ସମଦ, ସାହବାଜ ଅହମ୍ମଦ, ମହମ୍ମଦ ସାମି, ଦିଗବେଶ ରାଠି, ମୟଙ୍କ ଯାଦବ, ପ୍ରିନ୍ସ ଯାଦବ ।

Tags: cricketnewsIPL 2026lsg vs rr
ShareTweetShareSend
Sanchar Live

Sanchar Live

Next Post
ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି କୋଲକାତା ପାଇଁ ‘କର ବା ମର’, ଆଗରେ ମୁମ୍ବାଇ
  • ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ 
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
  • ୧୦ ବର୍ଷ ପରେ ବାପାମାଆଙ୍କୁ ମିଳିଲେ ହଜିଯାଇଥିବା ପୁଅ-ଝିଅ
  • ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.