ନୂଆଦିଲ୍ଲୀ: ମହଙ୍ଗା ହେଲା ଘରୋଇ ଏଳପିଜି ସିଲିଣ୍ଡର। ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏପରିକି ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡରର ଦାମ ମଧ୍ୟ ବଢ଼ାଇଛନ୍ତି।
ମୂଲ୍ୟ ବୃଦ୍ଧି ପରେ ଏବେ ଓଡ଼ିଶାରେ ୮୭୯ ଟଙ୍କା ଦେଇ ୧୪ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡ଼ିବ । ପୂର୍ବରୁ ୮୨୯ ଟଙ୍କାରେ ଖାଉଟୀ ପାଉଥିଲେ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁତୁ ହୁତୁ ହୋଇ ବଢ଼ି ଚାଲିଥିବା ବେଳେ ଗ୍ୟାସ ଦର ବୃଦ୍ଧି ଗରିବ, ମଧ୍ୟବିତ୍ତ ପରିବାରଙ୍କ ପାଇଁ କୋରଡ଼ା ମାଡ଼ ସଦୃଶ୍ୟ ହୋଇଛି।