ସଂଚାର ବ୍ୟୁରୋ: ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେଲା ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ଅବପାତର ରୂପ ନେବ। ପରେ ଅବପାତ ଟି ଉତ୍ତର ପଶ୍ଚିମ ଦିଗରେ ଗତିକରି ତାମିଲନାଡୁ ମୁହାଁ ହେବ । ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ନେବ ବାତ୍ୟାର ରୂପ । ବାତ୍ୟା ହେଲେ ତାର ନାଁ ରହିବ ଫେଙ୍ଗାଲ। ବାତ୍ୟା ଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ହେବ । ୨୬ ରୁ ୨୮ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବ । ବାତ୍ୟାର ପ୍ରଭାବ ଓଡିଶା ଉପରେ ସେତେ ପଡିବ ନାହିଁ। କିନ୍ତୁ ଦକ୍ଷିଣ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।ସିଷ୍ଟମ ଉପରେ ଆଇଏମଡିର ସ୍ବତନ୍ତ୍ର ନଜର ରହିଛ । ସେପଟେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ। କୋହଲା ପାଗ ସହ ହାଲୁକା ଥଣ୍ଡା ପଵନ ପ୍ରବାହିତ ହେବ। ଉଭୟ ଦିନ ଓ ରାତିର ତାପମାତ୍ରା କମିବ। ଦୁଇ ଦିନ ପରେ ପୁଣି ଉପରମୁହାଁ ହେବ ତାପମାତ୍ରା। ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ। ବଙ୍ଗୋପ ସାଗର ରେ ସୃଷ୍ଟି ହେବାକୁ ଥିବା ଗଭୀର ଅବପାତ ତଥା ପରବର୍ତ୍ତୀ ତୀବ୍ରତା ଯୋଙ୍ଗୁ 27ରୁ30 ନଭେମ୍ବର ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ଉପକୂଳ ଓ ଦକ୍ଷିଣ ଜିଲ୍ଲା ତଥା କିଛି ସଂଲଗ୍ନ ଜିଲ୍ଲା ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା ର କିଛି କିଛି ଅଂଚଳ ମାନଙ୍କ ରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର