ସଂଚାର ବ୍ୟୁରୋ: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ବାଲିଅନ୍ତା ଥାନା ସରକଣା ଗାଁର ବିଶ୍ଵଜିତ୍ ସାମନ୍ତରାୟଙ୍କ ଘର ପିଣ୍ଡାରେ ଧାରଣାରେ ବସିଛନ୍ତି ତାଙ୍କ ପ୍ରେମିକା । ବିଶ୍ଵଜିତଙ୍କ ବିରୋଧରେ ପ୍ରେମ ଏବଂ ପ୍ରତାରଣା ଅଭିଯୋଗ ଆଣିଛନ୍ତି ପ୍ରେମିକା । ଏ ନେଇ ବରଗଡ଼ ଥାନାରେ ପ୍ରେମିକା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ବସି ପଡିଛି । ତେବେ ମାମଲା ର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରେମିକା ଜଣକ ପ୍ରେମିକ ଘର ସାମ୍ନାରୁ ଉଠିବେ ନାହିଁ ବୋଲି ରୋକ୍ ଠେକ ମନା କରିଛନ୍ତି । ଗତ ଅଢେଇ ବର୍ଷ ପୂର୍ବେ ବିଶ୍ଵଜିତଙ୍କ ସହ ଯୁବତୀଙ୍କର ସୋସିଆଲ ମିଡ଼ିଆରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ରହିଥିଲା । ଯୁବତୀ ଜଣକ ବିଶ୍ଵଜିତଙ୍କ ଘରକୁ ପରିବାର ସହମତିରେ ଆସି ରୁହନ୍ତି । ଉଭୟଙ୍କ ବିବାହ ମଧ୍ୟ ସ୍ଥିର ହୋଇଥିଲା । ମାତ୍ର ପରବର୍ତ୍ତି ସମୟରେ ବିଶ୍ଵଜୀତ ଏବଂ ତାଙ୍କ ପରିବାର ବାହାଘର ପାଇଁ ରାଜି ହୋଇନଥିଲେ । ଏହାପରେ ଯୁବତୀ ଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ ।