ଆମେରିକା ଲସ ଏଞ୍ଜେଲସରେ ବ୍ଯାପିଛି ଜଙ୍ଗଲ ନିଆଁ । ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଶହ ଶହ ଲୋକ ସେମାନଙ୍କ ବାସସ୍ଥାନ ଛାଡି ଚାଲିଯାଇଛନ୍ତି। ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରୁନାହିଁ। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ପାଲିସେଡେସ ଫାୟାର ଲସ ଏଞ୍ଜେଲସ ଇତିହାସରେ ସବୁଠାରୁ ବଡ ଅଗ୍ନିକାଣ୍ଡ ବୋଲି କୁହାଯାଇଛି। ଏହି ନିଆଁ ହଲିଉଡ ହିଲ୍ସକୁ ମଧ୍ଯ ବ୍ଯାପିଥିବା ଦେଖାଯାଇଛି। ନୂଆ ନିଆଁର ନାମକରଣ କରାଯାଇଛି ସନସେଟ ଫାୟାର। ଲସଏଞ୍ଜେଲସ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ସନସେଟ ଫାୟାର ପ୍ରାୟ ୨୦ ଏକର ପରିମିତ ସ୍ଥାନରେ ପରିବ୍ଯାପ୍ତ ହୋଇ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରନିୟନ କନ୍ୟନ ଓ ୱାଟଲ୍ସ ପାର୍କ ମଧ୍ଯରେ ଏହି ନିଆଁ ବ୍ଯାପିବାରେ ଲାଗିଛି। ପୂର୍ବରୁ ପାଲିସେଡସ ଫାୟାର ୧୬ ହଜାର ଏକର ପରିମିତ ଇଲାକାରେ ବ୍ଯାପ୍ତ ହୋଇଥିବାବେଳେ ଏଟନ ଫାୟାର ୬୦୦ ଏକର ଇଲାକାରେ ତାଣ୍ଡବ ରଚୁଛଇ। ସନସେଟ ଫାୟାର ଯୋଗୁ ପ୍ରତିବର୍ଷ ଅସ୍କାର ପୁରସ୍କାର ପ୍ରଦାନ ଉତ୍ସବ ହେଉଥିବା ଡଲବି ଥିଏଟର ପ୍ରତି ବିପଦ ଦେଖାଦେଇଛି। ନିଆଁର ଆକାର ବଢୁଥିବାରୁ ଲରେଲ କନ୍ଯନ ବୋଲଭାର୍ଡ ଓ ମଲୋଲାଣ୍ଡ ଡ୍ରାଇଭ ଅଞ୍ଚଳରେ ବାଧ୍ଯତାମୂଳକ ଏଭାକୁଏସନ ନିର୍ଦ୍ଦେଶନାମା ଜାରି ହୋଇଛି। ସେହିପରି ସାଣ୍ଟା ମୋନିକା ଓ ଅଲ୍ଟାଡେନାକୁ ଏଭାକୁଏସନ ଜୋନ ଘୋଷଣା କରାଯାଇଛି। ଲସ ଏଞ୍ଜେଲସ ଓ ପଡୋଶୀ ଭେଞ୍ଚୁରାର ୬ଟି ସ୍ଥାନରେ ଭୟଙ୍କର ନିଆଁ ବ୍ୟାପିବାରେ ଲାଗିଛି। …