ସ୍କୁଲରୁ ଚୋରି, ପିକଅପରେ ବୋହି ନେଇଗଲେ ଚାଉଳ ଓ ମାଇକ । ଗେଟ୍ ଆଗରେ ପିକଅପ୍ ଗାଡ଼ି ଲଗାଇ ରାତିରେ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଭଦ୍ରକ ଧୂଷୁରୀ ଥାନା ଗୋବିନ୍ଦପୁର ପଂଚାୟତର ମଙ୍ଗଳାପଦା ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଛି ।
ଆଜି ସକାଳେ ସ୍କୁଲର ପାଚିକା ଗେଟ୍ ଖୋଲା ଥିବା ଦେଖି ସ୍କୁଲ ପରିଚାଳନା କମିଟିର ସଭାପତିଙ୍କୁ ଖବର ଦେଇଥିଲେ । ସଭାପତି ଆସି ଦେଖିବାରୁ ସ୍କୁଲର ସବୁ ଶ୍ରେଣୀ ଗୃହ ଓ ଅଫିସ ଗୃହର ତାଲା ଭଙ୍ଗାଯାଇଥିଲା । ପରେ ପ୍ରଧାନଶିକ୍ଷୟିତ୍ରୀ ପହଞ୍ଚି ଯାଞ୍ଚ କରିବାରୁ ସ୍କୁଲରୁ ୮ବସ୍ତା ଚାଉଳ, ମାଇକ ଓ ସ୍ପିକର ଚୋରି ହୋଇଥିବା ଜଣାପଡିଥିଲା । ଅନ୍ୟପଟେ ଶ୍ରେଣୀଗୃହ ଗୁଡ଼ିକର ତାଲା ଖୋଲି ତାଲା ଓ ଚାବିକୁ କୋଠରି ସମ୍ମୁଖରେ ରଖାଯାଇଥିବା ଦେଖାଯାଇଥିଲା । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଖବର ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

