ସଂଚାର ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଦୃର୍ବୁତ୍ତ ମାନେ ଘଟାଇଛନ୍ତି ନାରକିୟ କାଣ୍ଡ ଘରେ ପଶି ଖଣ୍ଡା ଓ ଭୁଜାଲିରେ ପରିବାର ଲୋକଙ୍କୁ ଆକ୍ରମଣ ଦ୍ଵାରା ଲହୁଲୁହାଣ ହେବା ସହିତ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ମହିଳା ଅଭିଯୋଗ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ପାଟକୁରା ଥାନା ଅଧୀନରେ ଥିବା ନାରଣପୂର ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ବଂଶୀଧର ରାଉତରାୟଙ୍କ ଘରେ ଗତକାଲି ରାତି ୨ଟା ସମୟରେ ଚାରିଜଣ ଦୃର୍ବୁତ୍ତ ଘର କବାଟ ବଡୋଇଥିଲେ ଏହା ଶୁଣି ବଂଶୀଧର କବାଟ ଖୋଲିବା ପରେ ଦୃର୍ବୁତ୍ତ ମାନେ ପ୍ରଥମେ ସ୍ତ୍ରୀ ସୋର୍ଣ୍ଣମୟୀ ରାଉତରାୟଙ୍କୁ ଆକ୍ରମଣ କରିବା ବେକରୁ ସୁନା ଚେନ୍ ଛିଣ୍ଡାଇ ବା ସହ ଘରେ ପଶି ବିଭିନ୍ନ ଅଳଙ୍କାର,ମୋବାଇଲ୍ ଫୋନ୍, ସିସିଟିଭି ହାଡିକ୍ସ ପାଖାପାଖି ୩ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କାର ନେବା ପରେ ମହିଳା ଜଣଙ୍କ ଗୋଡହାତ ମାଡିବସି ଧରି ବଳାତ୍କାର ଉଦ୍ୟମ କରିବା ସମୟରେ ସ୍ବାମୀ ବଂଶୀଧର ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଦୃର୍ବୁତ୍ତ ମାନେ ଆଣିଥିବା ମାରଣାସ୍ତ୍ର ଦ୍ଵାରା ଉଭୟଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିବା ସମୟରେ ବଂଶୀଧର ଘରେ ଥିବା ଏକ କଟୁରୀ ଆଣି ଦୃର୍ବୁତ୍ତ ମାନଙ୍କୁ ଦେଖାଇବା ପରେ ଦୁବୃର୍ତ୍ତ ମାନେ ଘଟଣା ସ୍ଥଳରୁ ପଳାଇଯାଇଥିଲେ । ସେହି ସମୟରେ ପୁଲିସ୍ ହେଲ୍ପ ଲାଇନ୍ ନମ୍ବରକୁ ପରିବାର ଲୋକେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି ବଂଶୀଧର । ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକାର ହୋଇଥିବା ପରିବାର ଗୁରୁତର ହେବାରୁ ସ୍ଥାନୀୟ ଲୋକେ ପାଟକୁରା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ନେଇ ଚିକିତ୍ସ କରିବା ପରେ ଏନେଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।