ସଂଚାର ବ୍ୟୁରୋ: ସୋସିଆଲ ମିଡିଆରେ ଲିଙ୍ଗରାଜ ମନ୍ଦିରର ଗର୍ଭ ଗୃହର ଫଟୋ ଭାଇରାଲ । ଫଟୋରେ ଦୁଇଜଣ ବ୍ଳଗର ଓ ଜଣେ ସେବାୟତ ଅଛନ୍ତି । ଫଟୋକୁ ଦେଖିଲେ ଜଣା ପଡୁଛି ଗର୍ଭଗୃହ ଫଟୋକୁ ଏଡିଟି କରାଯାଇଛି । ଲିଙ୍ଗମନ୍ଦିର ବାହାର ଥିବା ପୋଖରୀର ଭିତରେ ଫଟୋରେ ଦୁଇଜଣ ବ୍ଳଗର ଓ ଜଣେ ସେବାୟତଙ୍କ ଫଟୋକୁ ମନ୍ଦିରର ଗର୍ଭ ରୃହର ଫଟୋ ଏଡି଼ଟ ହୋଇଛି । ହେଲେ ଲିଙ୍ଗରାଜ ମନ୍ଦିର ଭିତରର ଫଟୋ କିଏ ଉଠାଇଛି ଜଣା ପଡିନି । ଏବେ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବ୍ରାହ୍ମଣ ନିଯୋଗ ସଭାପତି ଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ଯବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଲିଙ୍ଗରାଜଙ୍କୁ ଦର୍ଶନ କରିବା ଲାଗି ରାଜ୍ଯ ତଥା ରାଜ୍ଯ ବାହରର ଶ୍ରଦ୍ଧାଳୁ ଆସନ୍ତି । ମନ୍ଦିର ଭିତରକୁ ମୋବାଇଲ ଓ କ୍ଯାମେରା ଭିତରକୁ ବାରଣ ଥିବା ବେଳେ ଫଟୋ କେମିତି ଉଠାଯାଉଛି ।
ମନ୍ଦିର ଭିତରକୁ ପ୍ରବେଶ ବେଳେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଉ । ଏହାସହ ଯାଞ୍ଚ ପାଇଁ ମେଟାଲ ଡିକ୍ଟେଟର ଲଗାଇବା ସହିତ ଅଧିକ ପୋଲିସ ଅଧିକାରୀ ନିୟୋଜିତ କରାଯାଉ ବୋଲି ବ୍ରାହ୍ମଣ ନିଯୋଗ ସଭାପତି ନାରାୟଣ ମହାପାତ୍ର କହିଛନ୍ତି । ସେପଟେ ଶ୍ରଦ୍ଧାଳୁଙ୍କ କହିବା କଥା ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଉ । ପୂର୍ବରୁ ଏକାଧିକ ଥର ମନ୍ଦିର ବେଢାର ଫଟୋ ଭାଇରଲ ହୋଇଥିଲା । ଏସବୁ ଘଟଣା ପରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ବ୍ଯାବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।