ଗଡ଼ିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରାମେଶ୍ବର ମନ୍ଦିର ଅଭିମୁଖେ ରୁକୁଣା ରଥ । ରଥ ଟାଣୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏକାମ୍ର ଭୁବନେଶ୍ବରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ମାହୋଲ। ପ୍ରାତଃ ୫ଟାରୁ ଆରମ୍ଭ ହୋଇଥିଲା ନିତିକାନ୍ତି । ସକାଳ ୫ରୁ ୫.୩୦ ମଧ୍ୟରେ ଅନୁଷ୍ଠିତ ହୋଇଛି ମଙ୍ଗଳ ଆରତି । ଏହା ପରେ ଅନୁଷ୍ଠିତ ହୋଇଛି ସାହାଣ ମେଲା ଦର୍ଶନ ।
ପରେ ସରିଥିଲା ରୋଷ ବା ପାକ୍ ପୂଜା । ଏବଂ ଛାମୁ ପରିଷ୍କାର ନୀତି ସାରି ୭ରୁ ୮ ମଧ୍ୟରେ ସରିଥିଲା ମହା ସ୍ନାନ ନୀତି । ଏହା ପରେ ବଲ୍ଲଭ ନୀତି ସରି ପ୍ରାୟ ୮ଟି ନିତି ପରେ ଦିନ ୧୧ ସମୟରେ ପ୍ରଭୁକଂ ର ବେଶ କରାଯାଇ ମଧ୍ୟାହ୍ନ ୧୨ ଟାରେ ଯାତ୍ରା ପୂଜା ଆରମ୍ଭ ହୋଇଥିଲା । ୧୨. ୩୦ ସମୟରେ ପହଣ୍ଡି ଶେଷ ହେବା ପରେ ରଥରେ ପୂଜାର୍ଚ୍ଚନା କରାଯାଇ ପ୍ରାୟ ୩.୩୦ରେ ରଥ ଟଣା ହୋଇଥିଲା ।