ସଂଚାର ବ୍ୟୁରୋ: ମଧ୍ୟରାତ୍ରୀରେ ଲୋକାରଣ୍ୟ ଏକାମ୍ର । ଦେଶୀ ବାଦ୍ୟର ତାଳେ ତାଳେ ଦୁଲୁକିଲା ପୁରୁଣା ଭୁବନେଶ୍ୱର । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବିଳମ୍ବିତ ରାତିରେ ବାହାରିଥିଲା ବରଯାତ୍ରୀ। ବର ବେଶରେ ସଜେଇ ହୋଇ ବିରାଟ ଶୋଭାଯାତ୍ରାରେ ଲିଙ୍ଗରାଜ ମହାପ୍ରଭୂ ମା ପାର୍ବତୀଙ୍କ କେଦାର ଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ । ବରଯାତ୍ରୀ ଭାବେ ସେବାୟତ ଓ ଅନେକ ସ୍ଥାନୀୟ ଲୋକ ସାମିଲ ହୋଇଥିଲୋ। ବାଜା ବାଣରେ ରଥଦାଣ୍ଡ ଦୁଲୁକିଥିଲା । କେଦାରଗୌରୀ ମନ୍ଦିରରେ ପହଞ୍ଚିବା ପରେ ଯଥା ରୀତି ନୀତି ଅନୁଯାୟୀ ମହାପ୍ରଭୁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା କହିଛନ୍ତି ସେବାୟତ।