ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ନେଇ ବଡଠାକୁରଙ୍କ ବାଡଗ୍ରାହୀ ଦଳଧର ଦାସ ମହାପାତ୍ର କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଏଭଳି ବିଭ୍ରାନ୍ତ ଗ୍ରହଣୀୟ ନୁହେଁ । ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କିଛି ଲୋକ ନିଜ ପତିଆରା ଦେଖେଇବା ପାଇଁ ମିଛ ପ୍ରଚାର କରିଛନ୍ତି । ମୋଦକ ଚୋରି ହୋଇନାହିଁ, ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି । ମହାପ୍ରଭୁଙ୍କ ମୋଦକ କେବେ ଗଣତି ହୁଏନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।