ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ଜମି ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କ୍ରେତା ବିକ୍ରେତା ଓ ସମ୍ପୃକ୍ତ ସବ ରେଜିଷ୍ଟର ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ । ମହାପ୍ରଭୁଙ୍କ ଇଞ୍ଚେ ଜମିର ବେଆଇନକୁ ବରଦାସ୍ତ କରାଯିବନି । ବାସେଳି ସାହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ଦିର ପ୍ରଶାସନର ଯାହା ଦାୟିତ୍ୱ ତାକୁ ନିର୍ବାହ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଅନ୍ୟ ପଟେ ଜବରଦଖଲ ଥିବା ଜମିକୁ ବିକ୍ରି କରି କର୍ପସ ଫଣ୍ଡ ସଂଗ୍ରହ କରିବା ପାଇଁ ଯୋଜନା କରୁଛି ଆଇନ ବିଭାଗ । ୨୦୦୩ ୟୁନିଫର୍ମ ପଲିସୀ ଅନୁସାରେ ଜବରଦଖଲ ହୋଇଥିବା ଜଗନ୍ନାଥ ଜମିଗୁଡିକର ସେଟଲମେଣ୍ଟ କରାଯିବ । ସେଟଲମେଣ୍ଟ ହେବା ଦ୍ୱାରା ପ୍ରାୟ ୮ରୁ ୧୦ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇପାରିବ । ସର୍ବନିମ୍ନ ପରିମାଣର ଜମିକୁ ରିହାତି ଦରରେ ବିକ୍ରି କରାଯିବ । ଅଧିକ ଜମି ଆବଶ୍ୟକ ଥିଲେ ବେଞ୍ଚ ମାର୍କ ଭାଲ୍ୟୁରେ ଜମି କିଣି ପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।