ସଂଚାର ବ୍ୟୁରୋ: ୧୫୦ ଫୁଟ ତଳକୁ ଖସିଲା ଜିପ । ଦୁର୍ଘଟଣାରେ ଦୁଇଜଣ ପର୍ଯ୍ୟଟକ ଗୁରତର । ପର୍ଯ୍ୟଟକମାନେ ବାଲେଶ୍ୱର ଅଂଚଳରୁ ଏକ ଜିପ ଧରି ଡୁଡୁମା ଜଳ ପ୍ରପାତ ବୁଲିବାକୁ ଆସୁଥିଲେ । ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଡୁଡୁମା ନିକଟରେ ଜିପଟି ୧୫୦ ଫୁଟ ତଳକୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଅନକାଡେଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ଜୟପୁରକୁ ସ୍ଥାନାନ୍ତର କରାଯାଇଛି । ଆହତ ଦୁଇ ପର୍ଯ୍ୟଟକ ବାଲେଶ୍ୱର ଅଞ୍ଚଳର ପରଜିତ ଦାସ ଓ ସୁନେନ୍ଦୁ ସାହୁ ବୋଲି ଜଣାପଡିଛି ।