ସଂଚାର ବ୍ୟୁରୋ: କୋରାପୁଟ ଜିଲ୍ଲା ଲମତାପୁଟରୁ ଭୁବନେଶ୍ବରକୁ ଗଡିଲା ସରକାରୀ ବସ୍ । କୋରାପୁଟର ନବ ନିର୍ବାଚିତ ବିଧାୟକ ରଘୁରାମ ମାଛ ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରୁ ଏହାର ଶୁଭାରମ୍ଭ କରିଛନ୍ତି । ବିଧାୟକଙ୍କ ସମେତ ସ୍ଥାନୀୟ ବ୍ଲକ ଅଧକ୍ଷ, ବିଡିଓ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଯୋଗେଦଇଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଲୋକେ ଭିଡ ଜମାଇଥିଲେ । ବସଟି ମାଛକୁଣ୍ଡରୁ ଅପରାହ୍ନରେ ବାହାରି ଲମତାପୁଟ, ଜୟପୁର , କୋରାପୁଟ, ରଇଗାଡ, ବରହମପୁର, ଭୁବନେଶ୍ବର ଦେଇ କଟକରେ ପହଞ୍ଚିବ । ଫଳରେ ହଜାର ହଜାର ସଂଖ୍ୟାରେ ଲୋକେ ଉପକୃତ ହେବେ । ଏହି ବସଟି ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ସହାୟକ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି ।

