ସଂଚାର ବ୍ୟୁରୋ: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କେନ୍ଦ୍ରାପଡା ଖାଦ୍ଯ ନିରୀକ୍ଷକ। ଫୁଡ ଇନ୍ସପେକ୍ଟର ହେଉଛନ୍ତି ବିଭାସ ମଜୁମଦାର। ଜଣେ ବିସ୍କୁଟ ଫ୍ୟାକ୍ଟ୍ରି ମାଲିକଙ୍କ ଠାରୁ ଲାଇସେନ୍ସ ପାଇଁ ଲାଞ୍ଚ ନେଉଥିବା ବେଳେ ରାସ୍ତା ଉପରେ ମାଡି ବସିଲା ଭିଜିଲାନ୍ସ। ଅଭିଯୁକ୍ତ ମଜୁମଦାରଙ୍କୁ ବ୍ୟବସାୟୀ ଲାଇସେନ୍ସ ପ୍ରକ୍ରିୟାକରଣ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ଲାଇସେନ୍ସ ପ୍ରଦାନ ପାଇଁ ମଜୁମଦାର ଲାଞ୍ଚ ମାଗିଥିଲେ। ଅନ୍ୟ କୌଣସି ବିକଳ୍ପ ନ ପାଇ ଅଭିଯୋଗକାରୀ ମଜୁମଦାରଙ୍କୁ ଲାଞ୍ଚ ଟଙ୍କା ଦେବାକୁ ରାଜି ହୋଇଥିଲେ ଏବଂ ଭିଜିଲାନ୍ସ ପ୍ରାଧିକରଣକୁ ଏ ବିଷୟରେ ଜଣାଇଥିଲେ। ମଜୁମଦାରଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।