ନନ୍ଦିଘୋଷ ବ୍ୟୁରୋ: ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ। ଜଳିପୋଡି ପାଉଁଶ ହୋଇଗଲା ୧୫ଟି ହସ୍ତଶିଳ୍ପ ଦୋକାନ । କୋଣାର୍କ ସୂର୍ଯ୍ୟ ମନ୍ଦିର ସାମ୍ନାରେ ଥିବା ଉଠା ଦୋକାନ ଗୁଡିକରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ଲାଗିଥିଲା ଏ ନିଆଁ । ଘଣ୍ଟାକରୁ ଅଧିକ ସମୟ ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥଲେ ଅଗ୍ନିଶମ ବାହିନୀ। ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ କ୍ଷଣିକ ମଧ୍ୟରେ ଜଳି ଯାଇଥିଲା ୧୫ରୁ ଅଧିକ ଦୋକାନ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ହସ୍ତଶିଳ୍ପ ଦୋକାନ, ଜଳଖିଆ, ଖେଳନା ସହ ବିଭିନ୍ନ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି।ଜଳଖିଆ ଦୋକାନରେ ଥିବା ଏକ ଗ୍ୟାସ ଟ୍ଯାଙ୍କର ଅଗ୍ନିକାଣ୍ଡରେ ଫାଟି ଯାଇଛି।ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି ନା କୌଣସି ଦୁର୍ବୃତ୍ତ ଏହି ନିଆଁ ଲଗାଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଦୋକାନ ବଜାର ଜଳି ଯାଇଥିବାରୁ କିପରି ଚଳିବେ ଏହାକୁ ନେଇ ଚିନ୍ତାରେ ବ୍ୟବସାୟୀ।

