ସଂଚାର ବ୍ୟୁରୋ: କୋଲକାତା ଆରଜି କର ମେଡିକାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା । ନ୍ଯାୟ ଦାବିରେ ସାରା ରାତି ବିକ୍ଷୋଭ କରିଛନ୍ତି ଡାକ୍ତର । ଜୁନିଅର ଡାକ୍ତର, ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନମାନେ ରାତି ସାରା ଧାରଣା ଦେଇଛନ୍ତି । କୋଲକାତାର ଧରମତାଲା ଓ ଶ୍ଯାମ ବଜାର ସମେତ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରି ନ୍ଯାୟ ମାଗିଛନ୍ତି । ଲାଇଟ ଅଫ କ୍ଯାଣ୍ଡେଲ ଜାଳି ପ୍ରତିବାଦ କରିଛନ୍ତି ଜନସାଧାରଣ । ପଶ୍ଚିମବଙ୍ଗ ରାଜ୍ଯପାଳ ମଧ୍ଯ ରାଜଭବନରେ କ୍ଯାଣ୍ଡେଲ ଜାଳିଛନ୍ତି ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି । ଗତକାଲି ରାତି ଦଖଲ ଡାକରା ଦେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଶହ ଶହ ସଂଖ୍ଯାରେ ଡାକ୍ତର।