ସଂଚାର ବ୍ୟୁରୋ: କୋଲକାତାରେ ସେକ୍ସ ପାଇଁ ମନା କରିବାରୁ ଭାଉଜକୁ ଜଘନ୍ୟ ହତ୍ୟା । ପ୍ରଥମେ ମହିଳାଙ୍କୁ ଗଲାକାଟି ହତ୍ୟା କରିଥିଲା ଅଭିଯୁକ୍ତ ଦିଅର । ପରେ ମହିଳାଙ୍କ ମୁଣ୍ଡକୁ କାଟି ଅଲଗା କରିଦେଇଥିଲା । ପୁରା ଶରୀରକୁ ୩ ଖଣ୍ଡ କରି ବସ୍ତାରେ ଭର୍ତ୍ତି କରି ଫିଙ୍ଗିଦେଇଥିଲା ଦିଅର । କୋଲକାତାରେ ଏହି ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗତ ଶୁକ୍ରବାର ଦିନ ଦକ୍ଷିଣ କୋଲକାତାର ଟଲିଗୁଞ୍ଜ ଅଞ୍ଚଳରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଏକ କୋଠା ପଛରେ ଥିବା ଅଳିଆ ଗଦାରେ କଟାମୁଣ୍ଡକୁ ଏକ ଜରି ବ୍ୟାଗରେ ପୁରାଇ ପକାଇ ଦେଇଥିଲା ଅଭିଯୁକ୍ତ । ଗତ ଶନିବାର ଦିନ ସ୍ଥାନୀୟ ଲୋକମାନେ ପଲିଥିନ ଭିତରେ କଟାମୁଣ୍ଡକୁ ଦେଖି ତୁରନ୍ତ ପୋଲିସକୁ ଖବରଦେଇଥିଲେ। ପୋଲିସର ପରବର୍ତ୍ତୀ ଅନୁସନ୍ଧାନରେ ଶନିବାର ଦିନ ପୋଖରୀ ନିକଟରୁ ମୃତ ମହିଳାଙ୍କ ଶରୀରର ତଳ ଅଂଶ ଜବତ କରିଛି । ଜହ୍ଲାଦ ଦିଅରକୁ ପୋଲିସ ଗିରଫ କରିଛି । ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ୩୫ ବର୍ଷିୟ ଭାଉଜ Atiur ରହମାନ ଲାସ୍କରକୁ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଦିଅର।