କୋଲକାତା ବଡ଼ବଜାର ଅଂଚଳ ରାମ ମନ୍ଦିର ନିକଟରେ ଧସିଲା ବହୁତଳ କୋଠା। ଏକ ନିର୍ମାଣାଧୀନ କୋଠା ଧସିଯାଇଥିବା ସୂଚନା। ସୂଚନା ପାଇ ଅଗ୍ନିଶମବାହିନୀଟ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । କୋଠା ଧସିବା ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ଜଣାପଡିଛି। ଭଂଗା କୋଠର ଅବଶେଷ ତଳେ କିଏ ଦବି ରହିଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି। କୋଲକାତାର ମୁକ୍ତାରାମ ବାବୁ ସାହିରେ ଧସିଛି ଏହି ବହୁତଳ କୋଠାର ଏକ ଅଂଶ। କୋଲକାତା ପୋଲିସ ସହ ଫାୟାର ବ୍ରିଗେଡ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି।.