ବାରିପଦାରୁ ଶିଶୁ ଚୋରି ଘଟଣା, ଯାଜପୁରରୁ ଶିଶୁପୁତ୍ର ଉଦ୍ଧାର । ଦୁଇ ପିଲା ଚୋରକୁ ଧରି ଥାନା ପହଞ୍ଚିଲା କିନ୍ନର ସଂଘ । ଦୁଇ ଅଭିଯୁକ୍ତ କିନ୍ନର ବେଶରେ ପିଲାଚୋରି କରିଥିବା ଅଭିଯୋଗ ହୋଇଛି । ଉଭୟ ଶାଢୀ ପିନ୍ଧି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ ଓ ବିଭିନ୍ନ ଅପରାଧିକ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ନେଇ ଥାନାରେ ଏତଲା ଦେଇଛି କିନ୍ନର ସଂଘ । ଉଭୟଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଯାଜପୁର ପୋଲିସ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ଏକ ସାଢେ ୪ ବର୍ଷର ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପିଲାଚୋରି ସମୟର ଭିଡ଼ିଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ପିଲାଟିକୁ ଜଣେ କିନ୍ନର ନେଉଥିବାର ଦେଖିବା ପରେ କିନ୍ନର ସଂଘର ସହାୟତା ଲୋଡ଼ିଥିଲା ପୋଲିସ୍ ।