ପୋଲିସ ସାଜିଥିଲା ନୀରବ ଦ୍ରଷ୍ଟା। ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଥାନା ପରିସରରେ ଚାଲିଲା ତାଣ୍ଡବ। ବେଞ୍ଚ ଡେସ୍କ ବାହାରକୁ କାଢ଼ିନେଇ ଭାଙ୍ଗି ଚୁର ମାର କରିଲେ, ତା ସାଙ୍ଗକୁ ଅଶ୍ଳୀଳ ଭାଷାରେ ଦେଲେ ଗାଳିଗୁଲଜ। ଥାନା ଅଧିକାରୀଙ୍କୁ ଟଣାଓଟରା ସହ ମାଡ଼ ମାରିଲେ କିନ୍ନର। ନିଜ ଅଙ୍ଗବସ୍ତ୍ର ଖୋଲି ଥାନା ପରିସରରେ କଲେ ତାଣ୍ଡବ ନୃତ୍ୟ। ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ କିନ୍ନର ସହ ଜଣେ ଯୁବକର ଅନ୍ତରଙ୍ଗ ପ୍ରେମ ସମ୍ପର୍କ ଭିଡିଓ ଭାଇରଲ ହେବା ଘଟଣାକୁ ନେଇ ଥାନାରେ ଏଫଆଇଆର ଦେବାକୁ ରାଜନଗର ଅଞ୍ଚଳରୁ କିନ୍ନର ମାନେ ଆସିଥିଲେ। କିନ୍ତୁ ପୋଲିସ ଅଭିଯୋଗ ଗ୍ରହଣ କରି ନ ଥିଲା। ଯାହାକୁ ନେଇ କିନ୍ନରମାନେ ରାଗି ଯାଇ ଥାନାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି।
ପୋଲିସ୍ ଥାନା ରେ ପଶି ଏପରି କାଣ୍ଡ ଭିଆଇଥିଲେ।