ସଂଚାର ବ୍ୟୁରୋ: ଆସିବାକୁ ଯାଉଛି KGF । କିନ୍ତୁ ଏହି ଫିଲ୍ମରେ ନଜର ଆସିବେନି ୟଶ। ଯାହାକୁ ନେଇ ଏବେ ଚର୍ଚା ଆରମ୍ଭ ହୋଇଛି । ତେବେ କହିରଖୁଛୁ କି, ଯେତେବେଳେ ବି କେଜିଏଫ୍ ଫିଲ୍ମ ନାମ ଉଲ୍ଲେଖ କରାଯାଏ । ସେତେବେଳେ ରକିଂ ଷ୍ଟାର୍ ୟଶ୍ ମନେ ପଡନ୍ତି। ତାଙ୍କ ବିନା ଏହି ଚଳଚ୍ଚିତ୍ର ଅଧୁରା । କେଜିଏଫ୍ ହେଉ କିମ୍ବା ଏହାର ପାର୍ଟ-୨ । ଉଭୟ ଚଳଚ୍ଚିତ୍ର ଲୋକମାନଙ୍କ ଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା। ଯେଉଁ ଚଳଚ୍ଚିତ୍ର ସହିତ ୟଶ କମବ୍ୟାକ୍ କରିବାକୁ ଯାଉଛନ୍ତି ।
ତାହା ହେଉଛି ଟକ୍ସିକ। ବର୍ତ୍ତମାନ ଏହି ଫିଲ୍ମର କାମ ଆରମ୍ଭ ହୋଇଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଜିତୁ ମୋହନଦାସ। ନୟନ୍ତରା, କିଆରା ଆଡଭାନୀ ଏବଂ ହୁମା କୁରେଶି ୟଶଙ୍କ ବିପକ୍ଷରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କ ପାଖରେ ଆଉ ଏକ ପ୍ରୋଜେକ୍ଟ ଅଛି । ତାହା ହେଉଛି ନୀତୀଶ ତିୱାରୀଙ୍କ ରାମାୟଣ । ୟଶ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି। କୁହାଯାଉଛି କି ଏଥିରେ ରାବଣର ଭୂମିକାରେ ଅଭିନୟ କରିବେ।
ୟଶଙ୍କର ଅନେକ ବଡ ବଡ ଚଳଚ୍ଚିତ୍ର ଆସୁଛି । କିନ୍ତୁ ପ୍ରଶଂସକମାନେ ଯାହା ଅପେକ୍ଷା କରିଛନ୍ତି ତାହା ହେଉଛି KGF -୩ । ଫିଲ୍ମ ନିର୍ମାଣ ହେବ ବୋଲି ପ୍ରଶାନ୍ତ ନୀଲ ମଧ୍ୟ ସୂଚନା ଦେଇଛନ୍ତି। ବର୍ତ୍ତମାନ, ପ୍ରଶାନ୍ତ ନୀଲଙ୍କ ହାତରେ ଅନେକ ପ୍ରୋଜେକ୍ଟ ଅଛି। କିନ୍ତୁ ନିକଟରେ ଆସିଥିବା ଖବର ପ୍ରଶଂସକଙ୍କୁ ଝଟକା ଲାଗିପାରେ।
KGF 3ରେ ନାହାନ୍ତି ୟଶ?
ବର୍ତ୍ତମାନ ଯେଉଁ ପ୍ରୋଜେକ୍ଟ ଗୁଡ଼ିକ ପ୍ରଶାନ୍ତ ନୀଲଙ୍କର ଅଛି। ତାହା ହେଉଛି ପ୍ରଭାସଙ୍କ ‘ସଲାର୍ ୨’ ଏବଂ NTR ସହିତ ‘ଡ୍ରାଗନ୍’ । କିନ୍ତୁ ସେ ‘ଡ୍ରାଗନ୍’ରେ ପ୍ରଥମ କାମ କରିବେ। ପ୍ରକାଶ ଯେ ଜୁନିଅର ଏନଟିଆରଙ୍କ ଫିଲ୍ମ ଯୋଗୁଁ ପ୍ରଭାସଙ୍କ ‘ସଲାର ୨’ ଅଟକି ଯାଇପାରେ। ଏହା ମଧ୍ୟ କୁହାଯାଉଛି ଯେ ବବି ଦେଓଲଙ୍କୁ ମଧ୍ୟ ଏହି ଆକ୍ସନ୍ ଫିଲ୍ମରେ ଅନ୍ତର୍ଭୁକ୍ତ କରାଯାଇପାରିବ । ପ୍ରଶାନ୍ତ ନୀଲ ୨୦୨୬ରେ KGF ର ପରବର୍ତ୍ତୀ ଭାଗରେ କାମ ଆରମ୍ଭ କରିପାରନ୍ତି। କୁହାଯାଉଛି ଯେ ‘କେଜିଏଫ୍’ର ପ୍ରଥମ ଦୁଇଟି ଭାଗରେ ଥିବା ୟଶ ଏହି ସିକ୍ୱେଲର ଅଂଶ ହେବେ ନାହିଁ। ଫିଲ୍ମରେ ତାମିଲ ସୁପରଷ୍ଟାର ଅଜିତ ତାଙ୍କ ସ୍ଥାନରେ ନେଇଥିବାର ଖବର ରହିଛି।
ରିପୋର୍ଟରେ କୁହାଯାଇଛି ଯେ ଅଜିତଙ୍କୁ ‘କେଜିଏଫ୍’ ‘ପାଇଁ ସାଇନ୍ କରାଯାଇଛି। ସେ ଏହି ଚଳଚ୍ଚିତ୍ରରେ ଲିଡ୍ ନେବେ। ତେବେ ଫିଲ୍ମ ଟିମ୍ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରିନାହାଁନ୍ତି। କିନ୍ତୁ ଏହି ରିପୋର୍ଟ ପ୍ରଶଂସକଙ୍କୁ ଦୁଃଖିତ କରିଛି। ବର୍ତ୍ତମାନ, ପ୍ରଶାନ୍ତ ନୀଲଙ୍କ ସମ୍ପୂର୍ଣ୍ଣ ଧ୍ୟାନ NTRଙ୍କ ଫିଲ୍ମ ଉପରେ ଅଛି । ଫିଲ୍ମର ପ୍ରି-ପ୍ରଡକ୍ସନ୍ କାମ ଚାଲିଛି ।