ସଂଚାର ବ୍ୟୁରୋ: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବାଲିପଦା ଗାଁ ପୁରୁଷ ଶୂନ୍ୟ । ପୋଲିସର ଗିରଫ ଭୟରେ ଗାଁର ପୁରୁଷମାନେ ଗାଁ ଛାଡିଛନ୍ତି । ଗତକାଲି ରାତିରେ ବୈତରଣୀ ନଦୀରୁ ବାଲି ଚୋରାଚାଲାଣ ରୋକିବାକୁ ନିଯୁକ୍ତ ଥିବା ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଗ୍ରାମବାସୀ ମାନେ ଆକ୍ରମଣ କରିଥଲେ । ଏଥିରେ ଜଣେ ପୁଲିସ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ । ପୁଲିସ ଉପରେ ଆକ୍ରମଣ ପରେ ପୋଲିସ ଗାଁରେ ଚଢାଉ କରିଛି । ଏସଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜଣେ ବ୍ୟକ୍ତିଙ୍କୁ ଉଠାଇ ଆଣିଛନ୍ତି । ଆଜି ଗ୍ରାମର ଅର୍ଦ୍ଧାଧିକ ଘରେ ତାଲା ଝୁଲୁଥିବା ବେଳେ ଜଣେ ବି ପୁରୁଷ ଗ୍ରାମରେ ନଥିବା ଦେଖିବାକୁ ମିଳିଛି । ଯେଉଁ କଛି ବି ମହିଳା ଅଛନ୍ତି ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।