ସଂଚାର ବ୍ୟୁରୋ: ଗୋଡ଼ରେ ଟ୍ୟାଗ୍ ଲାଗିଥିବା ଏକ ପାରାକୁ ଧରିଛନ୍ତି କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳର ମତ୍ସ୍ୟଜୀବୀ। ଜମ୍ଵୁ ଗାଁର କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ ବୋଟ୍ ନେଇ ଗଭୀର ସମୁଦ୍ରକୁ ଯାଇଥିଲେ। ସେହି ସମୟରେ ସେହି ପାରାଟି ବୋଟ୍ ରେ ବସିଥିଲା। ପାରାର ଗୋଡ଼ରେ ଲାଗିଛି ଟ୍ୟାଗ। ସେହି ପାରାକୁ ଧରିଛନ୍ତି ମତ୍ସ୍ୟଜୀବୀ। ପାରାର ଗୋଟିଏ ଗୋଡରେ ଥିବା ଟ୍ୟାଗରେ CHN -୧୯ – ୨୦୨୪ ମସିହା ଲେଖା ଥିବା ସହିତ ୯୮୮୮୨୨ ଲେଖା ହୋଇଛି। ଅନ୍ୟ ଏକ ଗୋଡ଼ରେ କଳା ରଙ୍ଗର ଏକ ଟ୍ୟାଗ ଲାଗିଛି । ଡେଣାରେ ଥିବା ପରରେ ବିଦେଶୀ ଭାଷା ଲେଖା ହୋଇଥିବା ବୋଟ୍ ମାଲିକ ରତନ କହିଛନ୍ତି। ପ୍ରଥମେ ସେମାନେ ପାରାକୁ ନେଇ ଜମ୍ଵୁ ଥାନାକୁ ଯାଇଥିଲେ। ପରେ ତାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। …ଧରାପଡ଼ିଥିବା ପାରାର ଟ୍ୟାଗରେ କଣ ଅଛି, ଯାହା ଲେଖା ଯାଇଛି, ତାର ଅର୍ଥ କଣ। କିଏ କାହାକୁ କିଛି ସନ୍ଦେଶ ପଠାଉଥିଲା କି, ସେ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।