ସଂଚାର ବ୍ୟୁରୋ: ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ। ଗତକାଲି ସନ୍ଧ୍ୟା ୫ଟା ବେଳେ ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। କରଞ୍ଜିଆ ଥାନା ହଳଦିଆପଶି-ମଲ୍ଲାରପଦା ଗାଁ କାଜୁ ଜଙ୍ଗଲ ନିକଟରୁ ଅପହରଣ ପରେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ। ଗତକାଲି ବିଳମ୍ବିତ ରାତି ୨ଟାରେ ପୀଡ଼ିତାଙ୍କ ପକ୍ଷରୁ କରଂଜିଆ ଥାନାରେ ଅଭିଯୋଗ ପରେ ମଲ୍ଲାରପଦା ଗାଁର ବିକାଶ ପାତ୍ର ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କରଞ୍ଜିଆ ପୋଲିସ। ଅନ୍ୟପଟେ ଘଟଣାରେ ସାମିଲ ଅନ୍ୟ ଦୁଇ ଅଭିଯୁକ୍ତ ଏବେବି ଫେରାର ରହିଛନ୍ତି।