ସଂଚାର ବ୍ୟୁରୋ: ପୁଣି ଜୀବନ ନେଲା ଲକ୍ଷ୍ମୀ ବସ୍ । ସାମ୍ନା ପଟୁ ଧକ୍କା ଦେବାରୁ ବାଇକ ଆରୋହୀଙ୍କ ମୃତ୍ୟୁ । କପ୍ତିପଦା ଥାନା ସିମିଳିଆ ଛକ ନିକଟରେ ଦୁର୍ଘଟଣା । ମୃତ ଯୁବକ ହେଲେ ବଉଳଖଲାଡି ଗାଁର ସନ୍ତୋଷ କୁମାର ଜେନା । ସନ୍ତୋଷ ବାଇକ ଯୋଗେ କପ୍ତିପଦା ଅଭିମୁଖେ ଯାଉଥିବାବେଳେ ସିମିଳିଆ ଛକ ନିକଟରେ ଲକ୍ଷ୍ମୀ ବସ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସନ୍ତୋଷ ଗୁରୁତର ହୋଇ ପଡିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କପ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ୍ ଦୁର୍ଘଟଣାଗ୍ରସ୍ତ ବସ୍ ଏବଂ ବାଇକକୁ ଜବତ କରିବା ସହିତ ବସ୍ର ଡ୍ରାଇଭରକୁ ଥାନାକୁ ନେଇଛି । ଅନ୍ୟପଟେ ଦୁର୍ଘଟଣା ପରେ ଅଞ୍ଚଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।