ସଂଚାର ବ୍ୟୁରୋ: କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ସରକାରୀ ବସ୍ । ସାନ ଭାଇର ମୃତ୍ୟୁ ବଡ଼ଭାଇ ଗୁରୁତର । ମୃତକ ହେଲେ ବଙ୍ଗୋମୁଣ୍ଡା ଗାଁର ଦୁର୍ଯ୍ୟୋଧନ ପୁଟେଲ । ୨ଭାଇ ବଙ୍ଗୋମୁଣ୍ଡା ଅଭିମୁଖେ ଆସୁଥିବା ବେଳେ ଦନ୍ଦରା ଗାଁ ନିକଟ ବୁଲାଣି ନିକଟରେ ଧକ୍କା ଦେଲା ଓଏସଆରଟିସି ବସ୍ । ସ୍ଥାନୀୟ ଲୋକେ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିବା ବେଳେ ସାନ ଭାଇ ଦୁର୍ଯ୍ୟୋଧନ ପୁଟେଲଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ବଡ଼ଭାଇ ଅଙ୍କୁର ପୁଟେଲ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରାଯାଇଛି । ବଙ୍ଗୋମୁଣ୍ଡା ପୋଲିସ ଓ କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି ।