କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ବଡ଼ବିଲା ସାହି ଛକ ନିକଟରେ ଶବ ରଖି ରାସ୍ତାରୋକ l ଆବଶ୍ୟକୀୟ କ୍ଷତିପୂରଣ ଦାବିରେ ବଡ଼ବିଲା ସାହି ବାସିନ୍ଦାଙ୍କ ରାସ୍ତାରୋକ l ରାସ୍ତାରୋକ ଯୋଗୁଁ କାମାକ୍ଷାନଗର – ତାଳଚେର ଯାତାୟାତ ଠପ l ଗତ ୨୭ ତାରିଖ ଦିନ ସକାଳେ ବଡ଼ବିଲା ସାହିର ବିପ୍ରବର ପାତ୍ର ଓ ସ୍ତ୍ରୀ କୁନ୍ତଳା ପାତ୍ର ଆଳତୁମା ଗାଁରୁ ଯାତ୍ରା ଦେଖି ଘରକୁ ଫେରିବା ସମୟରେ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଉଭୟଙ୍କୁ ଧକ୍କା ଦେଇଥିଲା l ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ଯାହାକୁ ନେଇ ସେହିଦିନ ସକାଳୁ ଉଭୟଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଦାବି କରି ସ୍ଥାନୀୟ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ l ପ୍ରଶାସନ ଓ ପୋଲିସ ତରଫରୁ ଗ୍ରାମବାସୀଙ୍କ ଦାବି ପୂରଣ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା l ଆଜି ବିପ୍ରବରଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ଗ୍ରାମବାସୀରାସ୍ତାରୋକ କରିଛନ୍ତି l ଘଟଣାସ୍ଥଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଘେରିଥିଲେ ଉତ୍ୟକ୍ତ ଲୋକେ । ତେବେ ସା ଗାଡ଼ିରୁ ନ ଓହ୍ଲାଇ ପଳାଇଥିବା ଲୋକେ କହିଛନ୍ତି ।

