କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସାରୁଆଳି ପଞ୍ଚାୟତ ଦେହୁରୀନାଳି ଗାଁରେ ହାତୀ ଆତଙ୍କ l ଝରକା, କବାଟ ଭାଙ୍ଗି ଧାନ ଖାଇବା ସହ ଘର ଭାଙ୍ଗିଲା ଦନ୍ତା l ଗତକାଲି ରାତିରେ କାମାକ୍ଷାନଗର ଦେହୁରୀନାଳି ଗାଁ ନିକଟରେ ହାତୀ ପଲଙ୍କୁ ଦେଖିବାକୁ ମିଳିଥିଲା । ପଲରେ ୮ରୁ ୧୦ଟି ହାତୀ ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଦନ୍ତା ହାତୀ ରାତିରେ ଦେହୁରୀନାଳି ଗାଁ ଭିତରକୁ ପଶିଆସି ରାତିସାରା ଉତ୍ପାତ କରିଥିଲା l ଗାଁର ରେଖା ମଳିକ, ଭାମା ମଳିକ, ଅକ୍ଷୟ ମଳିକଙ୍କ ପ୍ରାୟ ପାଞ୍ଚ ବଖରା ଘର ସମେତ ପାଚେରୀ ଭାଙ୍ଗିଦେଇଛି ଦନ୍ତା l ହାତୀ ଉପଦ୍ରବ ଯୋଗୁଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ ରହିଛନ୍ତି । ଖବର ଦେବା ପରେ ବନବିଭାଗ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ l ହାତୀ ଗାଁ ଭିତରେ ପଶି ଲୋକଙ୍କ ଝରକା, କବାଟ ଭାଙ୍ଗିବା ସହ ଦଶବସ୍ତାରୁ ଅଧିକ ଧାନ ଖାଇବା ସହ ଧାନ ନଷ୍ଟ କରିଛି l ରାତିସାରା ଦନ୍ତା ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ସରକାର ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦେବା ସହ ହାତୀ ଉପଦ୍ରବରୁ ରକ୍ଷା ପାଇଁ ଦାବି କରିଛନ୍ତି l