ସଂଚାର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ପୋଲିସକୁ ବଡ଼ ସଫଳତା l ୬ ଜଣିଆ କୁଖ୍ୟାତ ଆନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ l ଏମାନଙ୍କ ନିକଟରୁ ବହୁ ପରିମାଣର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ଲାପଟପ, ମୋବାଇଲ ଫୋନ, ସୁନା କାନଫୁଲ, ସୁନା ଚୁଡ଼ି, ଚାରୋଟି ସ୍କୁଟି, ଗୋଟିଏ ମୋଟର ସାଇକେଲ ସମେତ ବିପୁଳ ପରିମାଣର ମାର୍ବଲ ଟାଇଲ ଜବତ କରିଛି ପୋଲିସ l ଦୀର୍ଘ ଦିନ ହେବ ଏହି ୬ ଜଣିଆ ଗ୍ୟାଙ୍ଗ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଅନଗୁଳ ଜିଲ୍ଲାରେ ଆତଙ୍କ ଖେଳାଇଥିଲା l ଏହି ଗ୍ୟାଙ୍ଗ ନାଁରେ ବିଭିନ୍ନ ଥାନାରେ ୬୪ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଏମାନଙ୍କୁ ଗିରଫ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା l କାମାକ୍ଷାନଗର ଏସଡିପିଓଙ୍କ ନେତୃତ୍ୱରେ ପରଜଙ୍ଗ, କାମାକ୍ଷାନଗର, ତୁମୁସିଙ୍ଗା ଓ କଙ୍କଡାହାଡ଼ ଥାନା ଅଧିକାରୀଙ୍କ ଏକ ମିଳିତ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ ବିଶେଷ କରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଓ ଘର ଗୁଡିକ ଉପରେ ନଜର ରଖି ଡକାୟତି କରୁଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ସନ୍ଦୀପ ସମ୍ପଦ ମଡକର। ଗିରଫମାନେ ହେଲେ ଗ୍ୟାଙ୍ଗ ମୁଖ୍ୟ ବିଜୟ ପରିଡା, ସହଯୋଗୀ ବିରାସ ବେହେରା, ଅଞ୍ଜନ ବେହେରା, ସତ୍ୟବାନ ପ୍ରଧାନ, କାଁହୁ ନାଏକ, ପ୍ରକାଶ ନାଏକ। ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ କେଉଁ ମାନେ ଏହି ଗ୍ୟାଙ୍ଗ ସହିତ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଥିବl କହିଛନ୍ତି ଢେଙ୍କାନାଳ ଏସପି l