ସଂଚାର ବ୍ୟୁରୋ: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଘାଗରାମୁଣ୍ଡା ଗାଁରେ ଅଜଣା ଜନ୍ତୁ ଭୟ। ବାଘ ହୋଇଥିବା ସନ୍ଦେହରେ ଆତଙ୍କିତ ଅଛନ୍ତି ଗ୍ରାମବାସୀ। ଗତକାଲି ରାତିରେ ଘାଗରାମୁଣ୍ଡା ଗାଁ ରାସ୍ତାରେ ଏକ ଅଜଣାଜନ୍ତୁ ଯିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ସିସିଟିଭି ଚିତ୍ର ଦେଖିବା ପରେ ତାହା ବାଘ ଭଳି ଦେଖାଯାଉଥିବାରୁ ଗାଁରେ ଆତଙ୍କ ଖେଳିଯାଇଛି। କିଛିଦିନ ପୂର୍ବରୁ ଏହି ଅଞ୍ଚଳର ବ୍ରାହ୍ମଣଧରା ଗ୍ରାମ୍ୟ ଜଙ୍ଗଲରୁ ପୁଇନ ନାୟକ ନାମକ ଜଣେ ମହିଳା ଛେଳି ଚରାଇବାକୁ ଯାଇ ବାଘ ଆକ୍ରମଣର ଶିକାର ହୋଇଥିଲେ। ବନବିଭାଗ ଆଜି ପର୍ଯ୍ୟନ୍ତ ବାଘର ସନ୍ଧାନ ପାଇନଥିବା ବେଳେ, ସିସିଟିଭି ଭିଜୁଆଲ ଦେଖି ବାଘ ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟ ପଟେ ମହାବିରୋଡ଼ ରେଞ୍ଜର ହରେଶ କିଷାନ ଜନ୍ତୁକୁ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ।
l