ସଂଚାର ବ୍ୟୁରୋ: ମହାବିରୋଡ଼ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କଟୁମୁଣ୍ଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ହାଇୱା ସହ ଦଶଚକିଆ ଟ୍ରକ ମୁହାଁମୁହିଁ l ଜଣେ ମୃତ, ଦୁଇ ଗୁରୁତର l ସୂଚନା ଅନୁସାରେ ୧୪୯ ନମ୍ବର ଜାତୀୟ ରାଜପଥ ର କଟୁମୁଣ୍ଡା ଠାରେ ରାଉରକେଲା ରୁ ଆସୁଥିବା ଏକ ହାଇୱା ସହ ପରଜଙ୍ଗ ପଟୁ ଯାଉଥିବା ଏକ ଦଶଚକିଆ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ଟ୍ରକ ଡ୍ରାଇଭର ଙ୍କ ଘଟଣାସ୍ଥଳ ରେ ମୃତ୍ୟୁ ହୋଇଥିବା ବେଳେ ହାଇୱା ଡ୍ରାଇଭର ଓ ହେଲପର ଗୁରୁତର ଅଛନ୍ତି l ତେବେ ମୃତାହତ ଙ୍କ ପରିଚୟ ମିଳି ପାରିନଥିବା ବେଳେ ଦୁଇ ଗୁରୁତର ଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ମହାବିରୋଡ଼ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟି କୁ ଜବତ କରି ତଦନ୍ତ ଜାରି ରଖିଛି l