ସଂଚାର ବ୍ୟୁରୋ: ଏଥର ଦିଲ୍ଲୀର ହାଇପ୍ରୋଫାଇଲ ଆସନ କାଲକାଜୀରେ ହେବ ଜୋରଦାର ଲଢେଇ। ଆପ୍ ପକ୍ଷରୁ ମୁଖ୍ଯମନ୍ତ୍ରୀ ଆତିଶୀ ମାର୍ଲେନା ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରମେଶ ବିଧୁରୀ। ସେପଟେ କଂଗ୍ରେସରୁ ପ୍ରାର୍ଥୀ ଅଛନ୍ତି ଅଳକା ଲାମ୍ବା। ମୁଖ୍ଯମନ୍ତ୍ରୀ ପଦରୁ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଗାଦି ସମ୍ଭାଳିଥିଲେ ଆତିଶୀ। କେଜରିୱାଲଙ୍କ ଅତ୍ଯନ୍ତ ବିଶ୍ବସ୍ତ ଅଛନ୍ତି ଆତିଶୀ। ୨୦୨୦ରେ କାଲକାଜୀରୁ ବିଜୟୀ ହୋଇଥିଲେ ଆତିଶୀ। କେଜରିଓ୍ବାଲ ଜେଲରେ ଥିବା ବେଳେ ସରକାର ସମ୍ଭାଳୁଥିଲେ ଆତିଶୀ। ବିଜେପି ପ୍ରାର୍ଥୀ ରମେଶ ବିଧୂରୀ ଥିଲେ ସାଂସଦ। ସେହିପରି କଂଗ୍ରେସରୁ ପ୍ରାର୍ଥୀ ଅଛନ୍ତି ଫାୟାରବ୍ରାଣ୍ଡ ଲିଡର ଅଳକା ଲାମ୍ବା। ମହିଳା କଂଗ୍ରେସର ସଭାନେତ୍ରୀ ଅଛନ୍ତି ଅଳକା ଲାମ୍ବା। ପୂର୍ବରୁ ଏନଏସୟୁଆଇର ସଭାପତି ଥିଲେ ଅଳକା। ତେବେ ୨୦୧୪ରୁ ୨୦୧୯ ଯାଏ ଅଳକା ଥିଲେ ଆପରେ। ୨୦୧୫ରେ ଆପରୁ ଚାନ୍ଦିନୀଚୌକରୁ ହୋଇଥିଲେ ବିଧାୟିକା।