ସଂଚାର ବ୍ୟୁରୋ: କେବେ ସ୍ୱାଭାବିକ ହେବ କଳିଙ୍ଗା ଘାଟି । କଳିଙ୍ଗା ଘାଟିରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ମରାମତି କାମ ବାଧାପ୍ରାପ୍ତ ହୋଇଛି । ପାହାଡ଼ ଉପରୁ ପ୍ରବଳ ବର୍ଷା ପାଣି ଆସୁଥିବାରୁ ଭୂସ୍ଖଳନ ଆଶଙ୍କା କରାଯାଉଛି । କନ୍ଧମାଳ-ଗଂଜାମ ସୀମାନ୍ତ କଳିଙ୍ଗା ଘାଟିରେ ଘଟିଥିବା ଭୁସ୍ଖଳନ ଘଟଣାକୁ ଇତି ମଧ୍ୟରେ ୨୦ ଦିନ ବିତି ସାରିଛି । ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ବାଧକ ସାଜିଛି । ଆଜି ପୁଣିଥରେ କଳିଙ୍ଗା ଘାଟିରେ ପ୍ରବଳ ବର୍ଷା ଫଳରେ କାର୍ଯ୍ୟରତ ଶ୍ରମିକମାନେ ଭୟଭୀତ ହୋଇପଡିଛନ୍ତି । କାମ ଜାରି ରହିଥିବା ବେଳେ ପାହାଡ ଉପରୁ ମୂଷଳ ଧାରାରେ ବର୍ଷା ପାଣି ତଳକୁ ଖସୁଛି ।

