ସଂଚାର ବ୍ୟୁରୋ: କାକଟପୁର ବ୍ଲକ ସୁହାଗପୁର ସରପଞ୍ଚ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ସିଭିଲ ଜଜ କୋର୍ଟରେ ମିଥ୍ୟା ସତ୍ୟପାଠ ମାମଲାରେ ଅଯୋଗ୍ୟ ଘୋଷିତ। ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଘଟଣା। ୨୦୨୨ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ନିର୍ବାଚନ ଲଢ଼ିବା ସମୟରେ କାକଟପୁର ବ୍ଲକ ସୁହାଗପୁର ସରପଞ୍ଚ ଶେଖ୍ ଅବତାର ମିଥ୍ୟା ସତ୍ୟପାଠ କରିଥିଲେ। ଆଜି ଏହା ମିଥ୍ୟା ପ୍ରମାଣିତ ହେବା ପରେ ମାନ୍ୟବର ସିଭିଲ ଜଜ ଜୁନିଅର ଡିଭିଜନ ସୋମ୍ୟ ରାଓ କାକଟପୁର ବ୍ଲକ ସୁହାଗପୁର ସରପଞ୍ଚ ଶେଖ୍ ଅବୁତାହାର ନୋମିନେଶନ ରଦ୍ଧ କରିବା ସହିତ ପଦବୀକୁ ଅସିଦ୍ଧ ଘୋଷଣା କରିଥିବା ସୂଚନା ଦେଇଛନ୍ତି। ନିର୍ବାଚନରେ ପ୍ରତଦ୍ବନ୍ଦ୍ବିତା କରୁଥିବା ବିଜେଡି ସମର୍ଥିତ ପ୍ରାର୍ଥୀ ଶାନ୍ତିଲତା ମିଶ୍ର ୩ବର୍ଷ ତଳେ ଏକ ମାମଲା ରୁଜୁ କରିଥିଲେ । କୋର୍ଟରେ ମାମଲା ଚାଲିଥିବା ବେଳେ ଆଜି ଏହି ମାମଲାର ଶୁଣାଣି ହୋଇଛି। ଶେଖ୍ ଅବୁତାହାରଙ୍କ ପଦବୀ କୋର୍ଟ ଅସିଦ୍ଧ ଘୋଷଣା କରିବା ସହିତ ପୁଣିଥରେ ନିର୍ବାଚନ ପାଇଁ ଆଦେଶ ଦେଇଛନ୍ତି।