ସଂଚାର ବ୍ୟୁରୋ: ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ସମ୍ବିଧାନ ସମ୍ମତ ସଂରକ୍ଷଣ” ବ୍ୟବସ୍ଥା ଲାଗୁ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ନଜର ପକାନ୍ତୁ କଣ ଲେଖିଛନ୍ତି କାଡାମ।
ଦୀର୍ଘ ବର୍ଷ ଧରି ରାଜ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗଙ୍କ “ସମ୍ବିଧାନ ସମ୍ମତ ସଂରକ୍ଷଣ” ବ୍ୟବସ୍ଥା ଲାଗୁ ହୋଇନାହିଁ । ଚଳିତ ବର୍ଷ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆମେ ଆଶା କରିଥିଲୁ “ସାମାଜିକ ନ୍ୟାୟ” – ଜାତିଭିତ୍ତିକ ଜନଗଣନା ଓ ସମଗ୍ର ଦେଶରେ ଲାଗୁ ହୋଇଥିବା ସଂରକ୍ଷଣ ଉଭୟ ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ଓଡ଼ିଶାରେ ଲାଗୁ ହେବା ସମ୍ପର୍କରେ ଆପଣଙ୍କ ସରକାରଙ୍କ ନୀତି ଓ ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ସ୍ପଷ୍ଟ କରିବେ । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଗତ ଦୁଇଦିନ ଧରି ଆମେ ବିଧାନସଭାରେ ଦାବି କରିବା ସତ୍ତ୍ୱେ ଆପଣ ଏ ସମ୍ପର୍କରେ ନିରବ ରହିଛନ୍ତି । ରାଜ୍ୟର ଲୋକସଂଖ୍ୟାର SC, ST I OBC/SEBCଙ୍କ ସଂଖ୍ୟା ୯୪ % । କିନ୍ତୁ ଏହି ବର୍ଗର ଛାତ୍ରଛାତ୍ରୀ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ôଚତ ରହିବେ ଏବଂ ଆପଣ ଏହି ବର୍ଗରୁ ଆସି ମଧ୍ୟ କାହିଁକି ଚୁପ୍ ରହିଛନ୍ତି ?
ଗୋଟିଏ ଉଦାହରଣ ଏଠାରେ ମୁଁ ଉଲ୍ଲେଖ କରୁଛି – ଚଳିତ ଶିକ୍ଷା ବର୍ଷର MBBS ନାମଲେଖା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ଝଉ ଓ ଝଞ ଛାତ୍ରଛାତ୍ରୀଙ୍କୁ ମିଳୁଛି ମାତ୍ର ୨୦% ସଂରକ୍ଷଣ । ସେମାନଙ୍କ ସଂଖ୍ୟା ଅର୍ଥାତ ୩୮.୭୫ % ଯାହା ସେମାନଙ୍କର ହକ୍ ତାହା ନ ଦେବା ଫଳରେ ଏହି ବର୍ଗର ପିଲାମାନେ ୨୫୫MBBS ସିଟ୍ ହରାଉଛନ୍ତି । ଠିକ୍ ସେହିଭଳି ପଛୁଆ ବର୍ଗ (ଙଈଉ/ଝଋଈଉ) ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଦୌ ସଂରକ୍ଷଣ ନାହିଁ । ଏହା କି ନ୍ୟାୟ? ସେମାନେ ଚଳିତ ବର୍ଷ ପ୍ରାୟ ହରାଇବେ ୪୦୦ ସିଟ୍ (୨୭ % ସଂରକ୍ଷଣ ସବୁ ରାଜ୍ୟରେ ଦିଆଯାଉଛି) । (OBC/SEBC) ବର୍ଗର ଛାତ୍ରଛାତ୍ରୀ ମାନେ ୨୦୦୬ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୭ ହଜାର ପିଲା ଡ଼ାକ୍ତର ହେବାରୁ OBC/SEBC ବର୍ଗର ପ୍ରାୟ ୫ ହଜାର ପିଲା ଡ଼ାକ୍ତର ହେବାରୁ ବଞ୍ôଚତ ।
ସାଧାରଣ(General)ବର୍ଗଙ୍କ ସଂଖ୍ୟା ରାଜ୍ୟ ଲୋକସଂଖ୍ୟାର ୬ % । ସେମାନଙ୍କୁ ଚାକିରୀ ଓ ଶିକ୍ଷାରେ (ଋଡଝ) ୧୦ % ସଂରକ୍ଷଣ ଦିଆଯାଉଛି । କିନ୍ତୁ ଙଈଉ/ଝଋଈଉ ଓ ଝଉ, ଝଞ ପିଲାମାନଙ୍କ ଦୋଷ କ’ଣ? ଜମ୍ମୁୁ ଓ କଶ୍ମୀରର OBC/SEBC I SC, STଙ୍କ ସଂରକ୍ଷଣ ବିଷୟରେ ନିକଟରେ ଜାରି ହୋଇଥିବା ଆପଣଙ୍କ ଭିଡ଼ିଓ ବାର୍ତ୍ତାରେ ଚିନ୍ତା ପ୍ରକଟ କରିଛନ୍ତି । କିନ୍ତୁ ଆପଣ ଓଡ଼ିଶା ପ୍ରସଙ୍ଗରେ ଚୁପ୍ ରହିଛନ୍ତି! ଆସନ୍ତା ୨୯ ତାରିଖରେ ଆରମ୍ଭ ହେଉଥିବା ଗଈଈଝ ନାମଲେଖା ପ୍ରକ୍ରିୟାକୁ ରଦ୍ଦ କରି ସମ୍ବିଧାନ ସମ୍ମତ ସଂରକ୍ଷଣ ଲାଗୁ କରନ୍ତୁ । ଏହା ସହିତ ତୁରନ୍ତ ଏ ସମ୍ପର୍କରେ ବିଧାନସଭାକୁ ବିଶ୍ୱାସକୁ ନେଇ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ।