ସଂଚାର ବ୍ୟୁରୋ: ଏସସିବିରୁ ଡିସଚାର୍ଜ ହୋଇଛନ୍ତି ବାଲେଶ୍ବର ଏଫଏମ ଘଟଣାରେ ଆହତ ଜ୍ୟୋତି ପ୍ରକାଶ। ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ସେ ଦୁଇ ସପ୍ତାହ ହେବ ଚିକିତ୍ସିତ ହେଉଥିଲେ । ଗଲାବେଳେ ସୁସ୍ଥ ହୋଇ ଘରକୁ ଫେରୁଛି ବୋଲି କହିଛନ୍ତି ଜ୍ୟୋତିପ୍ରକାଶ । ଏସସିବିରେ ସବୁ ପ୍ରକାର ସହଯୋଗ ମିଳିଥିବା ମଧ୍ଯ କହିଛନ୍ତି । ତେବେ ବାଲେଶ୍ବର ଘଟଣା ବିଷୟରେ ସେ କିଛି କହିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି ଜ୍ୟୋତିପ୍ରକାଶ। ହସପିଟାଲରୁ ଯିବା ବେଳେ ସାଙ୍ଗରେ ବାପା ମା ଥିଲେ ।

