ସଂଚାର ବ୍ୟୁରୋ: ଖଣ୍ଡଗିରିରେ ଜ୍ୟୋତିରେଖା ପରିଡା ମୃତ୍ୟୁ ଘଟଣା । ପ୍ରେମିକ ପ୍ରିୟ ରଞ୍ଜନ ପାତ୍ର ଅଟକ । ଖଣ୍ଡଗିରି ଥାନାରେ ପ୍ରେମିକ ଅଟକ । ଗୁରୁବାର ବିଳମ୍ବିତ ରାତିରେ ଖଣ୍ଡଗିରି ସ୍ଥିତ ତୁଷ୍ଟି ଆପାର୍ଟମେଣ୍ଟରୁ ମିଳିଥିଲା ଜ୍ୟୋତିରେଖା ପରିଡାଙ୍କ ଝୁଲନ୍ତା ମୃତଦେହ । ଜ୍ୟୋତିଙ୍କ ମୃତ୍ୟୁ ପରେ ପରିବାର ଆଣିଥିଲେ ହତ୍ୟା ଅଭିଯୋଗ। ଦୁହେଁ ଏକାଠି ଲିଭ ଇନ ରେ ରହୁଥିବା ବେଳେ କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ ଜ୍ୟୋତିରେଖା । ଘଟଣାସ୍ଥଳରୁ ଜ୍ୟୋତିରେଖା ଫେରାର ହୋଇଯାଇଥିବା ବେଳେ ଆଜି ତାଙ୍କୁ ଜିଲ୍ଲା ବାହାରୁ ଆଣି ଅଟକ ରଖିଛି ଖଣ୍ଡଗିରି ଥାନା ପୋଲିସ ।