ସଂଚାର ବ୍ୟୁରୋ: ଆଲାହାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ବର୍ମାଙ୍କୁ ହଟାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂପର୍କିତ ଏକ ପ୍ରସ୍ତାବ ଲୋକସଭାରେ ପାରିତ ହୋଇଛି। ଜଷ୍ଟିସ ବର୍ମାଙ୍କୁ ହଟାଇବା ପାଇଁ ଏକ କମିଟି ଗଠନ କରାଯାଇଛି। ଲୋକସଭାରେ ଏହା ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା। ୩ ଜଣିଆ କମିଟିରେ ହାଇକୋର୍ଟର ଜଣେ ବିଚାରପତି, ଜଣେ ସୁପ୍ରିମକୋର୍ଟ ବିଚାରପତି ଓ ଜଣେ ଆଇନ ବିଶାରଦ ରହିବେ। ସେମାନେ ହେଲେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମଣିନ୍ଦ୍ର ମୋହନ ଶ୍ରୀବାସ୍ତବ ଓ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିବି ଆଚାର୍ଯ୍ୟ। ଜଷ୍ଟିସ ବର୍ମାଙ୍କୁ ବରଖାସ୍ତ କରିବା ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପ୍ରସ୍ତାବ ପଠାଯିବ ବୋଲି କହିଛନ୍ତି ଓମ୍ ବିର୍ଲା। ସେ କହିଛନ୍ତି, ଜଷ୍ଟିସ ବର୍ମାଙ୍କୁ ହଟାଇବା ପାଇଁ ଜୁଲାଇ ୩୧ ତାରିଖରେ ପ୍ରସ୍ତାବ ଆସିଥିଲା। ଦୁର୍ନୀତିକୁ ଆଦୌ ବରଦାସ୍ତ କରାଯିବନି। ଜଷ୍ଟିସ ବର୍ମାଙ୍କ ଘରୁ ବିଡ଼ା ବିଡ଼ା ନୋଟ୍ ବାହାରିଥିଲା। ଘରେ ନିଆଁ ଲାଗିବାରୁ ସେଠାକୁ ଯାଇଥିଲେ ଅଗ୍ନିଶମ ବାହିନୀ। ନିଆଁ ଲିଭା ସମୟରେ ଟଙ୍କା ବାହାରିଥିଲା।