ସଂଚାର ବ୍ୟୁରୋ: ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା କନିଷ୍ଠ ଶିକ୍ଷକ ସଂଘ I ଭୁବନେଶ୍ବର ଲୋୟର୍ ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲା ସଂଘ I ଠିକା କର୍ମଚାରୀ ଭାବେ ଶିଶୁ ବଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ୧୩ ହାଜରରୁ ଉର୍ଦ୍ଧ କାର୍ଯ୍ୟରତ ଥିବାବେଳେ ସରକାର ଦୃଷ୍ଟି ଦେଉନାହାନ୍ତି। କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ଅଗଷ୍ଟ ୨୨ରେ ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ୪ ମାସ ବିତିଯାଇଥିଲେ ବି ସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ବାହାରୁନି ସରକାରୀ ନିର୍ଦ୍ଦେଶ ନାମା I ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସଂଘ I

