ସଂଚାର ବ୍ୟୁରୋ:କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ। ଡେଙ୍ଗୁରେ ଚିକିତ୍ସିତ ହେଉଥିଲେ ଝିଙ୍ଗିଆ ଓରାମ। ସୁନ୍ଦରଗଡ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର। ଝିଙ୍କିଆ ଓରାମଙ୍କ ୫୮ ବର୍ଷରେ ଦେହାନ୍ତ ହୋଇଛି। ଏକ ଘରୋଇ ହସ୍ପିଟାଲ୍ ରେ ସାତ ଦିନ ଧରି ଡେଙ୍ଗୁ ରୋଗରେ ଚିକିତ୍ସା ହେଉଥିଲେ। ଶେଷରେ ଶନିବାର ରାତି ପ୍ରାୟ ୧୧ଟା ସମୟର ତାଙ୍କର ଦେହାନ୍ତ ହୋଇଥିବା ନେଇ ଖବର ପହଞ୍ଚିଥିଲା। ଲୁଁବିନି ବିହାର ଏଚ ଆଇ ଜି ୧୧୪ ନମ୍ୱର୍ ପ୍ଲଟରେ ଜୁଏଲ ଓରାମଙ୍କ ପତ୍ନୀଙ୍କ ମର ଶରୀରଙ୍କୁ ଶେଷ ଦର୍ଶନ ଲାଗି ଜୁଏଲ ଓରାମଙ୍କ ବାସଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହିତ ପହଞ୍ଚିଥିଲେ ବାଚସ୍ପତି, ଉପ ବାଚସ୍ପତି, ସ୍ୱାସ୍ଥ୍ୟମନ୍ତ୍ରୀ, ଅବକାରୀ ମନ୍ତ୍ରୀ, କ୍ରୀଡା ମନ୍ତ୍ରୀ, ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ସମେତ ବହୁ ବିଧାୟକ ଏବଂ ବିଜେପିର ସଭାପତି, ଉପସଭାପତି, ପୂର୍ବତନ ସଭାପତି ସହ ଅନେକ କର୍ମୀ ଉପସ୍ଥିତ ରହିଥିଲେ। ଜୁଏଲ ଓରାମଙ୍କ ଭଉଣୀ, ଝିଙ୍ଗିଆଙ୍କ ଭଉଣୀ, ଦୁଇ ଝିଅ ସହିତ ସପରିବାର ଉପସ୍ଥିତ ଥିଲେ। ବିଳମ୍ୱିତ ରାତ୍ରି ସମୟର ଭୁବନେଶ୍ୱରର ଲୁଁବିନୀ ବିହାରରୁ ନିଜ ଜନ୍ମ ଭୂମି କେନ୍ଦୁଡିହିକୁ ମରଶରୀର ଯାଇଛି। ସେଠାରେ ତାଙ୍କର ଶେଷ କୃତ୍ୟସମ୍ପନ୍ନ ହେବ ବୋଲି ସୂଚନା ଦେଇଛନ୍ତି ଜୁଏଲ ଓରାମ।
ଜୁଏଲ ଓରାମ ଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ସମାଜସେବୀ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ଜୁଏଲ୍ ଭାଇ ଙ୍କ ଦୀର୍ଘ ରାଜନୈତିକ ଯାତ୍ରା ର ସଫଳତାରେ ତାଙ୍କ ଧର୍ମପତ୍ନୀଙ୍କର ପ୍ରମୁଖ ଭୂମିକା ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।