ସଂଚାର ବ୍ୟୁରୋ: ଯୋଡା ଥାନା ଦେଓଝର ପଞ୍ଚାୟତରେ ହତ୍ୟାକାଣ୍ଡ । ଗତକାଲି ରାତିରେ ଜଣେ ୫୦ ବର୍ଷୀୟ ପୁରୁଷଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ହେଉଛନ୍ତି ଦେଓଝର ପଞ୍ଚାୟତ ଘନ ସାହିର ଲେଙ୍ଗା ଶବର । ହତ୍ୟାକାଣ୍ଡ ସମ୍ପର୍କରେ ଗ୍ରାମବାସୀ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାକଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଯୋଡ଼ା ପୋଲିସ ।