ସଂଚାର ବ୍ୟୁରୋ: ପୋଲିସ ଏସଆଇ ଚାକିରିରେ ଜାଲିଆତି ଅଭିଯୋଗ। ୧୨୦ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଲା ବ୍ରହ୍ମପୁର ପୋଲିସ। ତିନୋଟି ବସରେ ହାଇଦ୍ରାବାଦ ଯାଉଥିଲାବେଳେ ପରୀକ୍ଷାର୍ଥୀଙ୍କୁ ଉଠାଇ ଆଣିଛି ପୋଲିସ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରୁ ପୋଲିସ ଧରିଥିବା ସୂଚନା ମିଳିଛି । ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଇ ଯାଉଥିବା ସୂଚନା ମିଳିଛି । ଶ୍ରୀକାକୁଲମରେ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରାଉଚରା ଜାରି ରଖିଛି ।