ସଂଚାର ବ୍ୟୁରୋ: ଝାଡଖଣ୍ଡ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ। ନୂଆ ମନ୍ତ୍ରିମଣ୍ଡଳରେ ଜେଏମଏମର ୬, କଂଗ୍ରେସର ୪, ଆରଜେଡିର ଜଣେ ମନ୍ତ୍ରୀ ସାମିଲ ହୋଇଛନ୍ତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ଯପାଳ। ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ ପୂର୍ବରୁ ନେଇଥିଲେ ଶପଥ। ନବଗଠିତ ମନ୍ତ୍ରିମଣ୍ଡଳରେ ଜେଏମଏମର ସୁଦିବ୍ଯା କୁମାର ସୋନୁ, ଚମରା ଲିଣ୍ଡା, ହଫିଜୁଲ ହାସଲ, ରାମଦାସ ସୋରେନ, ଦୀପକ ବିରୁୱା, ଯୋଗେନ୍ଦ୍ର ପ୍ରସାଦ। କଂଗ୍ରେସରୁ ସାମିଲ ହୋଇଛନ୍ତି ରାଧାକ୍ରିଷ୍ଣ କିଶୋର, ଇରଫାନ ଅନସାରୀ, ଦୀପକ ପାଣ୍ଡେ, ଶିଳ୍ପା ନେହା ତିର୍କୀ। ଆରଜେଡିର ସଞ୍ଜୟ ପ୍ରସାଦ ଯାଦବ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଗତ ନିର୍ବାଚନରେ ଜେଏମଏମ ୪୩ ଆସନର ଲଢି ୩୪ ଆସନରେ ବିଜୟୀ ହୋଇଥିଲା।